କୋଟିଆର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୯ଟି ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ, ୫।୨(ସ୍ବ.ପ୍ର): କୋରାପୁଟ ଜିଲା ସୀମାନ୍ତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭିଡିଓ କନ୍‌ଫରେନି୍ସଂ ମାଧ୍ୟମରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତିି ା ଏଥିମଧ୍ୟରେ ୧୩ କୋଟି ଟଙ୍କାର ମାଡକାର ରାସ୍ତା, ହସ୍ପିଟାଲ, ଛାତ୍ରାବାସ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିବାବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ ବ୍ରିଜ ନିର୍ମାଣ ନେଇ ଭିତିପ୍ରସ୍ତର ସ୍ଥାପନ କରି ଦୀର୍ଘ ୭୦ ଦଶନ୍ଧି ପରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସେହିପରି କୋଟିଆ ବିକାଶ ନେଇ ବର୍ତ୍ତମାନ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଯାହାଦ୍ୱାରା ଏହି ଅଞ୍ଚଳର ଆଦିବାସୀଙ୍କ ବିକାଶ ସ୍ରୋତରେ ସାମିଲ ହେବା ସହ ସେମାନଙ୍କ ଜୀବନ ଜୀବୀକା ସୁରକ୍ଷିତ ରହିପାରିବ ।
ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରକଳ୍ପଗୁଡିକର ଶୁଭାରମ୍ଭ କରିଥିଲେ । ଜିଲାପାଳ ମଧୁସୁଧନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟ୍ଟୁପାଲି, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ଝିନ ହିକ୍‌କା, ପିଡିଡିିଆରଡିଏ ପ୍ରବୀର ନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ଅନ୍ୟ ଅଧିକାରୀ ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ରାଷ୍ଟ୍ରୀୟ ପୋଷଣ ପକ୍ଷ ପାଳିତ

ଦିଗପହଣ୍ଡି,୧୫ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ବ୍ଲକ୍‌ ସଦର ମହକୁମାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ସ୍ଥାନୀୟ...

Waqf Amendment Bill: ଶୋଷଣମୁକ୍ତ କରିବା ପାଇଁ ଭାଜପାର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୫।୪: ଭାଜପା ସରକାର ଦ୍ୱାରା ଆଗତ ୱାକଫ (ସଂଶୋଧନ) ବିଲ ୨୦୨୫ ଭାରତରେ ଓ୍ବକଫ ସମ୍ପତ୍ତି ପରିଚାଳନାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।...

ଧାନକେଣ୍ଡାରେ ଅଗାଡ଼ି: ଜିଲାପାଳଙ୍କୁ ଫେରାଦ ହେଲେ ବରଗଡ଼ ଚାଷୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି...

ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା; ତହସିଲଦାରଙ୍କୁ ସ୍ମାରକପତ୍ର ଦେବା ପରେ ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ଉପ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣକୁ କେନ୍ଦ୍ରକରି ଗତ କିଛିଦିନ ଧରି ଉତ୍ତେଜନା...

ବଡ଼ ଖବର: ବିଜେଡି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି...

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଥୁଆମୂଳ ରାମପୁର,୧୫।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ଭବାନୀପାଟଣା- ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ଉପରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ...

ତୁମୁଡ଼ିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡ଼ିବନ୍ଧ,୧୫।୪(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...

କାହିଁକି ୪୦ରୁ ଅଧିକ ବୟସ୍କ ଲୋକଙ୍କୁ ଚାକିରିରୁ କରାଯାଉଛି ଛଟେଇ? ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୪: ବମ୍ବେ ସେଭିଂ କମ୍ପାନୀର ସିଇଓ ଶାନ୍ତନୁ ଦେଶପାଣ୍ଡେ ସମ୍ପ୍ରତି ଏକ ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ଆଜିର ସମୟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image