ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ଏମ୍‌ପି ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। କମିଟିର ସଦସ୍ୟମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପ୍ରବଳ ବର୍ଷା ଯୋଗୁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍‌ଗୁଡ଼ିକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ। ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ସାଧାରଣତଃ ବର୍ଷା ଦିନେ ସାପକାମୁଡ଼ାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍‌ ଭେନମ୍‌) ଗଚ୍ଛିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସତର୍କ ମୋବାଇଲ ଆପ୍‌ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମଗ୍ର ଦେଶରେ ଓଡ୍ରାଫ ହେଉଛି ପ୍ରଥମ ରାଜ୍ୟସ୍ତରୀୟ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସ ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓଡ଼ିଶାକୁ ସୁନାମ ଆଣିଛି। ବର୍ତ୍ତମାନ ଏହା ୨୦ଟି ୟୁନିଟ୍‌ ଥିବାବେଳେ ଏହାକୁ ୩୦ଟି ୟୁନିଟ୍‌ କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ଜଗନ୍ନାଥଙ୍କ ବେଶରେ ପୂଜା ପାଇଲେ ଉଜ୍ଜୟନୀର ମହାକାଳେଶ୍ୱର

ନୂଆଦିଲ୍ଲୀ,୭।୭: ଆଜି ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ସହ ସାରା ଦେଶରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ପୁରୀରେ ସଂଧ୍ୟା ୫ଟାରେ ରଥଟଣା ହେବ।...

ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ

ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ...

କୁସୁମା କଟେଜ୍‌ ନିର୍ମାଣକୁ ନେଇ ବଢୁଛି ସନ୍ଦେହ

ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲାବିଶିଷ୍ଟ ୯ଟି କଟେଜ୍‌ ନିର୍ମାଣକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଯାଜପୁର ପୌର ପରିଷଦ ପକ୍ଷରୁ...

ତୁଳସୀ କ୍ଷେତ୍ରରେ ୨ଦିନ ରଥଟଣା

କେନ୍ଦ୍ରାପଡ଼ା,୭ା୭(ଜଗନ୍ନାଥ ଧଳ)ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ ା ଏଥିପାଇଁ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥ...

ରଥ ପଥ ଜଗନ୍ନାଥ…

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରବିବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାଯତ ସମସ୍ତେ ପ୍ରସ୍ତୁତ। କେବଳ...

ବାଲୁଖଣ୍ଡରେ ହେବ ସଫାରି

ଭୁବନେଶ୍ୱର,୭ା୭(ଅସମାପିକା ସାହୁ)ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଙ୍ଗଲ ସଫାରି ହେବ। ପର୍ଯ୍ୟଟକଙ୍କୁ ଜଙ୍ଗଲ ବୁଲିବାର ଅନୁଭୂତି ମିଳିବ। ଅକ୍ଟୋବରରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର...

କଟକରୁ ପୁରୀ ଗଡ଼ିବ ୨୦୦ ବସ୍‌

କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍‌ ଗଡ଼ିବ। କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି)ରୁ ବସ୍‌ଗୁଡ଼ିକ ଯାତ୍ରୀ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri