ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡିହେଲା ନୂଆ ଅଧ୍ୟାୟ, ସମ ଶୀତଳାପଲ୍ଲୀ କ୍ୟାମ୍ପସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪।୨: ସମ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସମ ହସ୍ପିଟାଲର ଏହି ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍କୁ ବସନ୍ତ ପଞ୍ଚମୀ ତିଥିରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି। ଏହା ସହ ସୋଆ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି । ଉତ୍ତମ ତଥା ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ଠାରେ ସମ ହସ୍ପିଟାଲର ତୃତୀୟ କ୍ୟାମ୍ପସ ଆରମ୍ଭ ହୋଇଛି ।

Share