ଭୁବନେଶ୍ବର,୩୦।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀଙ୍କ ପାଇଁ ୫୦୪ କ୍ବାର୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଏଣିକି ପୋଲିସ ଅଧିକାରୀ ଆଉ ଘର ପାଇଁ ହଇରାଣ ହେବେ ନାହିଁ । ପୋଲିସ ଅଧିକାରୀଙ୍କୁ ଭୁବନେଶ୍ବରରେ ରହିବା ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ଥାନାଠୁ ଦୂର ଘର ହୋଇଥିବାରୁ ଅନେକ ପୋଲିସ ଅଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବରରେ ୫୦୪ କ୍ବାର୍ଟର ପ୍ରସ୍ତୁତ ହେଉଛି । ମୁଖ୍ୟତଃ କନଷ୍ଟେବଳ ଓ ହେଡ୍ କନଷ୍ଟେବଳଙ୍କ ପାଇଁ ଅଧିକାଂଶ ଘର ନିର୍ମାଣ ହୋଇଛି । ରାଜଧାନୀର ତିନୋଟି ସ୍ଥାନରେ ଏହି ବାସଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ପୋଲିସ ହାଉସିଂ ଜରିଆରେ ଆହୁରି ଅଧିକ ଆବାସ ନିର୍ମାଣ ପାଇଁ ଯୋଜନା ରହିଛି ।