ଭୁବନେଶ୍ୱର,୭।୬(ବ୍ୟୁରୋ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍ ବୋଟ୍ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ଏ ନେଇ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ ପକ୍ଷରୁ ସୂଚନା ଦିଆଯାଇଛି । ବୋଟ ରହଣୀ କୂଳରେ ପାନୀୟ ଜଳ ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ଅଟକିଥିଲା । ଗତ ମେ’ ୨୫ରେ ପର୍ଯ୍ୟଟନ ବିଭାଗ ସଚିବ ଓ ନିର୍ଦ୍ଦେଶକଙ୍କ ସମୀକ୍ଷା ପରେ ଜୁନ୍ରେ ବୋଟ ଚାଲିବ ବୋଲି କହିଥିଲେ । ଏବେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି ।