ଓଡିଶାର ଦୀର୍ଘତମ ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ। ଏହା ରାଜ୍ୟର ପ୍ରଥମ ସେତୁ । ଏହି ସେତୁ ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି । ସେତୁ ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଲୋକେ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ୨୦୧୪ ମସିହାରେ ଏହି ବ୍ରିଜ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

 

Share