ଓଡ଼ିଆ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୪।୧: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳକୁ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ରୂପରେ ଓଡ଼ିଶାବାସୀଙ୍କୁ ଭେଟିଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଶୁଭ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲରେ ରହି ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ, କୁଳପତି ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭବାନୀଶଙ୍କର ଚଇନି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ସାମିଲଥିଲେ।

Share