ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍‌କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍‌ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମ୍‌କୁ ଶୁଭେଚ୍ଛା ଜଣାଇବା ପରେ ଭୁବନେଶ୍ୱର ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଅଗଷ୍ଟ ୧୬ରେ ଭାରତୀୟ ପୁରୁଷ ହକି ଟିମ୍‌ ଭୁବନେଶ୍ୱର ଆସିବେ। ବିଜୟୀ ଟିମକୁ ସ୍ବାଗତ କରିବାକୁ ଆମେ ଅପେକ୍ଷା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହ ଖେଳିଥିଲା। ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା। ଶେଷ ମୁହୂର୍ତ୍ତରେ ଗୋଲକିପରଙ୍କ ଚମତ୍କାର ପ୍ରଦର୍ଶନ ଭାରତର ଅଲମ୍ପିକ୍‌ ପଦକ ସ୍ବପ୍ନକୁ ସାକାର କରିଥିଲା। ୧୯୮୦ରେ ଭାରତୀୟ ଦଳ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ସେବେଠାରୁ ଭାରତୀୟ ଟିମ୍‌ କେବେ ସେମି ଫାଇନାଲରେ ପହଞ୍ଚିପାରି ନ ଥିଲା।

Share