ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଗଜପତି,୪ା୧୦(ଡି.ଏନ୍‌.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭ ହଜାର ପରିବାର ଏହି ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ। ଏହା ସହ ମୁଖ୍ୟମନ୍ତ୍ରୀ ୮୨୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗଜପତି ଜିଲ୍ଲା ମୋ ପାଇଁ ସ୍ବତନ୍ତ୍ର। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ଅବଦାନକୁ ଓଡ଼ିଶା କେବେ ଭୁଲିପାରିବେ ନାହିଁ । ଜିଲାରେ ସ୍ମାର୍ଟ କାର୍ଡ ବାଣ୍ଟି ମୁଁ ଖୁସି ।’

Share