ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି।

ସୂଚନାଯୋଗ୍ୟ, ଗତ ଉପନିର୍ବାଚନ ସମୟରେ ପାଇକମାଳର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସେଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ ଉନ୍ନତ ସ୍ବାସ୍ଥ୍ୟସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ହେବେ। ପାଇକମାଳର ଜନସାଧାରଣ ସେ ଅଞ୍ଚଳରେ ସ୍ବାସ୍ଥ୍ୟସବାରେ ଉନ୍ନତି ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ। ଯାହା ଆଜି ପୂରଣ ହୋଇଛି।

Share