ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି। ରାଉରକେଲା ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ୪ ହଜାର ୯୧୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସୁନ୍ଦରଗଡ ହେଊଛି ହକିର ଏନ୍ତୁଡିଶାଳ।ଏହି ମାଟିର ଖେଳାଳି ଓଡ଼ିଶାର ନାଁକୁ ବିଶ୍ବ ଦରବାରରେ ପରିଚିତ କରାଇଛନ୍ତି। ହକିରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଠାରେ ଆଗାମୀ ବିଶ୍ବକପ୍‌ ହକି ଆୟୋଜନ ପାଇଁ ଆମେ ଆଗୁଆ ପ୍ରସ୍ତୁତି କରିଦେଇଛୁ। ଆଦିବାସୀ ବହୁଳ ସୁନ୍ଦରଗଡର ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ତ୍ୱ ଦେଇ ଆସୁଛନ୍ତି। ରାଉରକେଲା ହେଉଛି ଆଶାର ସହର। ଏହି ଷ୍ଟାଡିୟମ ସହ ଜିଲା ର ୧୭ ଟି ବ୍ଲକରେ ସ୍ବତନ୍ତ୍ର ଆଷ୍ଟ୍ରୋଟର୍ଫ ନିର୍ମାଣର ମଧ୍ୟ ଶିଳାନ୍ୟାସ କରାଯାଇଛି। ଏହାଦାରା ଏଠାରେ ହକି ଖେଳାର ଭିତ୍ତିଭୂମିର ବିକାଶ ସହ ଉଦୀୟମାନ ଖେଳାଳି ସୃଷ୍ଟି ହେବେ। ସେମାନଙ୍କୁ ସମସ୍ତ ପ୍ରୋତ୍ସାହନ ଯୋଗୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।
ବିଜୁବାବୁ ରାଉରକେଲାରେ ଶିଳ୍ପ ବିକାଶର ମୂଳଦୁଆ ପକାଇଥିଲେ। ମହିଳା ମାନେ ହେଉଛନ୍ତି ବିକାଶର ସାରଥୀ ଆପଣ ମାନଙ୍କ ସହଯୋଗରେ ଓଡ଼ିଶ ଆହୁରି ଆଗକୁ ଯିବ। ଜନଜାତି ଜାତିର ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଆମ ସରକାରୀ ଧ୍ୟାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସଭାରେ ରାଜସ ମନ୍ତ୍ରୀ ସୁଦାମ ମାରାଣ୍ଡି,ର ାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥ ପାଲ୍ଲା ବିଧାୟକ ସୁବ୍ରତ ତରାଇ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, କ୍ରୀଡା ମନ୍ତ୍ରା ତୁଷାରକାନ୍ତି ବେହେରା, କ୍ରୀଡା ନିର୍ଦ୍ଦେଶକ, ଜିଲାପାଳ ନିଖିଳ ପବନ କଲ୍ୟାଣ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Share