କ୍ରିକେଟ ପାଇଁ ବୃହତ୍‌ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ଅନିଲ ଦାସ): ଓଡ଼ିଶା କ୍ରିକେଟ ଖେଳ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୪୧ କ୍ରିକେଟ ଏକାଡେମୀ ଉଦ୍‌ଘାଟନ କରିବା ସହ ଅନେକ କ୍ରୀଡ଼ା ପ୍ରକଳ୍ପର ଭିତ୍ତି ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିସିସିଆଇ, ଓସିଏ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ଅତ୍ୟାଧୁନିକ ସୁବିଧା ସହ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଭାବେ ପୁନର୍ବିକାଶ କରାଯିବ। ତେବେ ଆଇକନିକ କ୍ଲକ୍‌ ଟାଓ୍ବାରକୁ ଐତିହ୍ୟ ସ୍ମାରକୀ ଭାବେ ସଂରକ୍ଷଣ କରାଯିବ। ସମ୍ବଲପୁରରେ ଥିବା ଭିଏସ୍‌ଏସ୍‌ ଷ୍ଟାଡିୟମକୁ ସମ୍ପ୍ରସାରିତ କରାଯିବା ସହ ସମ୍ପୃକ୍ତ ଅଞ୍ଚଳର କ୍ରିକେଟ ଖେଳାଳିମାନଙ୍କ ପାଇଁ ସର୍ବୋତ୍ତମ ସୁବିଧାର ବିକାଶ କରାଯିବ।
ଏଥିସହିତ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ପୁରୀଠାରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଏବଂ ମହିଳା କ୍ରିକେଟ ଏକାଡେମୀ, ଯାଜପୁରର ସ୍ପୋର୍ଟସ କମ୍ପ୍ଲେକ୍ସ, ଝାରସୁଗୁଡ଼ାର କ୍ରିକେଟ ଗ୍ରାଉଣ୍ଡ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ ଦ୍ୱାରା ବିକଶିତ ହେଉଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ବ୍ରହ୍ମପୁର ଆସିଥିବାରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ବ୍ରହ୍ମପୁର କ୍ରିକେଟ ଷ୍ଟାଡିୟମକୁ ମହାତ୍ମା ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ଭାବେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥିସହିତ ବ୍ରହ୍ମପୁରର ସୀତାପଲ୍ଲୀଠାରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ଫୁଟ୍‌ବଲ, ଆଥ୍‌ଲେଟିକ୍ସ, କ୍ରିକେଟ, ଇନଡୋର ଷ୍ଟାଡିୟମ ଇତ୍ୟାଦି ନିର୍ମାଣ କରାଯିବ। ସେହିପରି ଗଞ୍ଜାମ ଓ୍ବେଟ୍‌ଲିଫ୍ଟିଂ ଏକାଡେମୀ ସହିତ ୨୦୦ ସିଟ୍‌ ଥିବା ଛାତ୍ରାବାସ, ଯାହାକି ଦେଶର ସର୍ବବୃହତ୍‌ ଭାରୋତ୍ତୋଳନ ତାଲିମ କେନ୍ଦ୍ର ଭାବେ ପରିଣତ ହେବ। ଯାଜପୁରଠାରେ କୁସୁମା ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂପୁଲ୍‌, ହକି ତାଲିମ କେନ୍ଦ୍ର, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, ଆଥ୍‌ଲେଟିକ୍ସ ଟ୍ରାକ୍‌, ଫୁଟ୍‌ବଲ ପଡ଼ିଆ ଇତ୍ୟାଦି ସେ ଉଦ୍‌ଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବରଗଡ଼ର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳ ଜିଲାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ଓସିଏ ମିଳିତ ଭାବେ ଆଗାମୀ ବର୍ଷ ପାଇଁ ରାଜ୍ୟରେ କ୍ରିକେଟ ପ୍ରତିଭା ସୃଷ୍ଟି ପାଇଁ କ୍ରୀଡ଼ା ବାତାବରଣ ସୃଷ୍ଟି କରିବା ଦିଗରେ ଫୋକସ ଦେଉଛନ୍ତି। ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କ୍ରୀଡ଼ାକ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ଓଡ଼ିଶା ଦେଶର ଏକ ବୃହତ୍‌ କ୍ରୀଡ଼ା ସ୍ଥଳ ଭାବେ ଉଭାହୋଇଛି। ରାଜ୍ୟରେ ବିକଶିତ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ କେନ୍ଦ୍ର ସୁବିଧା କ୍ରୀଡ଼ା ପ୍ରତି ପିଲାମାନଙ୍କର ରୁଚିକୁ ଅଧିକ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟର ୫୦ଟି ସ୍ଥାନରେ ଭିଡିଓ କନ୍‌ଫରେନ୍ସ ଜରିଆରେ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ କ୍ରିକେଟ ଖେଳାଳି, କ୍ରୀଡ଼ାବିତ୍‌ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିବା ବେଳେ ବାରବାଟୀ ଷ୍ଟାଡିୟମରେ ବହୁ ସଂଖ୍ୟାରେ କ୍ରିକେଟ ଖେଳାଳି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri