Advertisement

କୋରାପୁଟରେ ୧୨୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୦ା୧୧(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ସଦର ମହାକୁମାରେ ଥିବା ପୋଲିସ ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲା ପାଇଁ ୧୨୦ କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ବିଭିନ୍ନ ଉନୟନ ପ୍ରକଳ୍ପ ଘୋଷଣା କରାଯାଇଛି। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତ। ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଏହି ଅବସରରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ କୋରାପୁଟ ଜିଲାର ୧୪ଟି ବ୍ଲକର ସଦର ମହାକୁମାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲାର ସମସ୍ତ ବିଧାୟକଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି, ଜିଲାସ୍ତରୀୟ ନୋଡାଲ ଅଧିକାରୀ, ମିଶନ ଶକ୍ତି ମହିଳାମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share