ହାଇଦ୍ରାବାଦ୍,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ର ଟ୍ରେଣ୍ଡରେ କଂଗ୍ରେସ ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି ଏବଂ ରାଜ୍ୟରେ ସରକାର ଗଠନ ଦିଗରେ ଆଗରେ ଅଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଭାପତି କେ, ଚନ୍ଦ୍ରଶେଖର ରାଓଙ୍କୁ ଏଥର ଏକ ବଡ଼ ଝଟକା ଲାଗିଛି। ଏଥି ସହିତ ଗତ ଥର ତୁଳନାରେ ବିଜେପି ଏଥର ଲାଭବାନ ହେଉଥିବା ଜଣାପଡିଛି। ରାଜ୍ୟର କାମାରେଡି ବିଧାନସଭା ଆସନରେ ଏକ ବିରାଟ ଓଲଟପାଲଟ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ କେ.ଭି ରମଣ ରେଡ୍ଡୀ ଏଠାରୁ ଜିତିଛନ୍ତି।
ତେଲଙ୍ଗାନାର କାମାରେଡି ବିଧାନସଭା ଆସନ ଭିଆଇପି ଆସନ ଭାବେ ଜଣାଶୁଣା। ଏହି ଆସନରୁ କେସିଆର ଏବଂ ତେଲେଙ୍ଗାନା କଂଗ୍ରେସ ସଭାପତି ରଓ୍ବେନ୍ତ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦୁଇଟି ବଡ ଚେହେରା କେସିଆର ଏବଂ ରଓ୍ବେନ୍ତ ରେଡ୍ଡୀଙ୍କୁ ଏହି ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଗୋଟିଏ ପଟେ ରାଜ୍ୟରେ କଂଗ୍ରେସ ବିଆରଏସକୁ ପୋଛି ଦେଇଥିବା ବେଳେ ଅନ୍ୟ ପଟେ ଭାଜପା ଏହି ଆସନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।