ଭୁବନେଶ୍ବର, ୨୨ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଗତ ୬ ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ୮ରେ ଫେରିଥିଲେ। ତେବେ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ୩୧ରେ ଦିଲ୍ଲୀ ଯାଇ ସେପ୍ଟେମ୍ବର ୪ରେ ଫେରିବେ। ଏହି ଗସ୍ତ କାଳରେ ସେ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶା ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏନେଇ ବିଧିବଦ୍ଧ ସୂଚନା ମିଳି ନ ଥିଲେ ମଧ୍ୟ ତାଙ୍କ ଗସ୍ତ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ଜାଣିବାକୁ ମିଳିଛି।