କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…

କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଛନ୍ତି। ଏହି ସମୟରେ କେନ୍ଦୁଝରରେ ଏକ ସଭାରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ସହ ବିଜେଡିକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଓଡ଼ିଶା ଓ କେନ୍ଦୁଝର ଜିଲାକୁ ୨୪ ବର୍ଷ ହେଲା ଲୁଟ କରାଯାଇଛି। ଏହି ଜିଲାରେ ହୋଇଥିବା ଖଣି ଲୁଟରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ର ସଂପୃକ୍ତି ରହିଛି। ସବୁ ଲୁଟେରା ମୋ ଆଖି ଆଗରେ ରହିଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ କେନ୍ଦୁଝର ଜେଲରୁ ଝାରପଡ଼ା ଜେଲରେ ପଶିବାକୁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଭାଷାରେ କହିଛନ୍ତି।

କେନ୍ଦୁଝରର ଅସ୍ମିତା ବିପଦରେ ରହିଛି। ଅଣ ଓଡ଼ିଆ ଓ ବାହାର ଲୋକେ ଏବେ ମଧ୍ୟ ଜିଲାର ଗରିବ ଲୋକଙ୍କୁ ଲୁଟ କରି ଚାଲିଛନ୍ତି। ତୃତୀୟ ମହଲା ଓ ସୁପର ଚିଫ ମିନିଷ୍ଟର ପ୍ରସଙ୍ଗ ଉଠାଇ କିଭଳି ରାଜ୍ୟ ଶାସନ ବ୍ୟବସ୍ଥାକୁ ବାଟବଣା କରୁଥିଲେ ସେ ବିଶୟାର ବିଶଦଗାର୍‌ କରିଥିଲେ। ପୂର୍ବ ସରକାର ନିଜର ଅହଙ୍କାର ପାଇଁ ହାରିଲା। ପରି ଓ ମମିତା ମେହର ଭଳି ହତ୍ୟାକାଣ୍ଡର ନିଃଶ୍ୱାସ ପଡ଼ି ଛାରଖାର ହୋଇ ଯାଇଛନ୍ତି। ଆମ ମୁଖ୍ୟମନ୍ତ୍ରୀ ସବୁ ବେଳେ ନମ୍ବର୍‌ ୱାନ ହୁଅନ୍ତି ତେବେ ରାଜ୍ୟ କାହିଁକି ପଛରେ ପଡ଼ିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳରେ ରହି ସରକାରଙ୍କୁ ସେ ଭୟଭୀତ କରି ପାରୁଥିଲେ। ଏପରିକି ତାଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ସେହିପରି ତାଙ୍କୁ ଖଣି ଦେବାକୁ କହି ପ୍ରଲୋଭିତ କରିଥିଲେ ବୋଲି ଅଭିଯୋଗ କରିଥିଲେ। ତେବେ ଗୋଟିଏ କାହିଁକି ଆଜି ସବୁ ଖଣି ତାଙ୍କ ଅଧିନରେ ରହିଛି। କିନ୍ତୁ ସେ ଲୁଟ କରିବାକୁ ଆସି ନାହାଁନ୍ତି ବରଂ ସୁନାର ଓଡ଼ିଶା ଗଠନ କରିବେ ଏବଂ ଗୁଣ୍ଡୁଚି ମୂଷା ଭଳି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି । ଜିଲାରେ ଖଣି ଲୁଟ ଓ ଡିଏମଏଫ ଅର୍ଥ ଲୁଟକୁ ଛାଡ଼ିବେ ନାହିଁ ଏବଂ ଲୁଟେରାଙ୍କୁ କାଠ ଗଡା ରେ ଭର୍ତ୍ତି କରିବେ ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି।

Share