ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଭେଟେରାନ ନେତା ତଥା ଲେଖକ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ଗାନ୍ଧୀ ଦୀର୍ଘଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ ସହ ଜଡ଼ିତ ଜଣେ ଭେଟେରାନ ନେତା ଥିଲେ। ବିଜୁ ଜନତା ଦଳକୁ ମଜବୁତ କରିବାରେ ତାଙ୍କର ବିପୁଳ ଅବଦାନ ରହିଛି। ବିଜୁ ବାବୁ ଏବଂ ବିଜେଡିର ମୂଲ୍ୟବୋଧକୁ ସେ ପ୍ରୋତ୍ସାହିତ କରିଛନ୍ତି। ସେ ଜଣେ ପ୍ରତିଷ୍ଠିତ ଲେଖକ ଥିଲେ ଏବଂ ଓଡ଼ିଆ ସାହିତ୍ୟ ପାଇଁ ସେ ବହୁତ ଅବଦାନ ଦେଇଥିଲେ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।