ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ହକି ଇଣ୍ଡିଆର ଜର୍ସି ଦେଇ ଗାଙ୍ଗୁଲିଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ସାକ୍ଷାତ ସମୟରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, ପୂର୍ବତନ ଖେଳାଳି ଦେବାଶିଷ ମହାନ୍ତି, ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ବସ୍ତରରେ ହକିକୁ ପହଞ୍ଚାଇବା ପାଇଁ ନବୀନଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି। କିଛି ସମୟ ଚର୍ଚ୍ଚା ପରେ ବାରବାଟୀ ଅଭିମୁଖେ ବାହାରିଛନ୍ତି ଗାଙ୍ଗୁଲି ଏବଂ ମୁଖ୍ୟମନ୍ତ୍ରୀ। ଉଭୟ ମଧ୍ୟ ସାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବେ।

 

Share