Categories: ଜାତୀୟ

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦିତ କୋଭିଶିଲ୍ଡ ଟିକା ନେଇଛନ୍ତି। ଟିକାକରଣ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ମୁଁ ଏବଂ ମୋର ମା’ବାପ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛୁ। ଟିକା ନେବାରେ କୌଣସି ଅସୁବିଧା ନ ଥିଲା। ସମସ୍ତେ ସୁସ୍ଥ ଅଛୁ। ଭୟଭୀତ କରିବାର କିଛି ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତି ଆଗକୁ ଆସି ଟିକା ନେବାକୁ ସେ ନିବେଦନ କରିଛନ୍ତି।

Share