ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମମାଟିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଥମେ ଘଟଗାଁ ତାରିଣୀ ପୀଠକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ଏହା ପରେ ମୋହନ କେନ୍ଦୁଝର ଗସ୍ତ କରି ପୂର୍ବ ତଥା ବିଜେଡି ସରକାର ଉପରେ ଖୁବ୍‌ ବର୍ଷିବା ସହ ତାଙ୍କ ଗୁମର ଖୋଲିଥିଲେ। ଏହି ସଭାରେ ସେ କହିଥିଲେ, କେନ୍ଦୁଝରକୁ ଲୁଟ୍‌ କରାଯାଉଥିଲା। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍‌ ପାଇଁ ଲଢ଼େେଇ ହୋଇଥିଲା। କିଛି ଅଣ ଓ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍‌ କରିଛନ୍ତି ସେମାନେ ମୋ’ ନଜରରେ ଅଛନ୍ତି। କାହାକୁ ଛଡ଼ାଯିବନି। ସମସ୍ତଙ୍କୁ ଜେଲ୍‌ ପଠାଯିବ।

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢୁଥିଲି। ଏଥିପାଇଁ ସରକାର ମୋହନକୁ ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ସେତେବେଳେ ମୋ’ ଗୋଡ଼ ଧରିଥିଲେ। ମୋହନ ଭାଇ ତୁମେ ଆସ ଆମ ଦଳରେ ମିଶ ତୁମକୁ ମନ୍ତ୍ରୀପଦ ମିଳିବ। ମୁଁ କିନ୍ତୁ କାହା କଥାରେ ଭଳି ଯାଇ ନ ଥିଲି। ଏବେ ମୋତେ ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ଓଡ଼ିଶାର ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼ରେ ଧାନଫସଲ ନଷ୍ଟ, ବିଦ୍ୟୁତ୍‌ ସେବା ବନ୍ଦ

\ନୂଆପଡ଼ା,୨୭।୪(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଳକ ଅଧୀନ ବୁଦ୍ଧିକୋମନା ପଞ୍ଚାୟତର ପଣ୍ଡରାପଥର ଏବଂ ସ୍ଥାନୀୟ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର, ଅଗ୍ରାଧିକାର ଭିତ୍ତିରେ ଚାଷକୁ ମାଡ଼ିବ ପାଣି

ଯୋଡ଼ା,୨୭ା୪(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକଠାରେ ନିର୍ମାଣାଧୀନ ଓଡ଼ିଶାର ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପର ନିର୍ମାଣ ସମୟରେ ଡିପ୍ଲିସନ ସୁଇଚ ନିର୍ମାଣ ହେଉଥିବା ବେଳେ...

ସାମ୍ବାଧାନିକ ନୀତି, ନିୟମ, ଶିକ୍ଷାକୁ ନେଇ ସଚେତନତା

ଭଞ୍ଜନଗର,୨୭ା୪(ବାବୁଲା ପ୍ରଧାନ): ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଭେଜିପୁଟଠାରେ କାଳଞ୍ଜି ସମାଜର ସାମ୍ବିଧାନିକ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image