ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ବାତ୍ୟା ସମୟରେ…

ରାଜନଗର,୨୬ା୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

ମାନସ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗ୍ରାମରେ ପହଞ୍ଚି ଅସୁସ୍ଥ ଥିବା ଜନୈକା ମହିଳାଙ୍କୁ ପ୍ରବଳ ବର୍ଷା ସତ୍ତ୍ୱେ ସେସବୁକୁ ବେଖାତିର କରି ୧୦୮ ଗାଡ଼ିକୁ ରାସ୍ତା ଉପରେ ରଖି ଅସୁସ୍ଥ ମହିଳାଙ୍କୁ କାନ୍ଧେଇ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଫଳରେ ମହିଳା ଜଣଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ନୂଆ ଜୀବନ ଦେଇଥିବା ମାନସ ଏବେ ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି। ମାନସଙ୍କ ଏତାଦୃଶ୍ୟ ସେବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନସଙ୍କ ଏପରି କାର୍ଯ୍ୟ ପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ ମୁହାଁମୁହିଁ ଚେତାବନୀ: ରାଜନୀତିରୁ…

ଭୁବନେଶ୍ୱର,୨୬।୧୦: ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ସେ...

ବାତ୍ୟା ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାମୁଡ଼ିଲା ସାପ, ଆଇସିୟୁରେ ଭର୍ତ୍ତି

ମହାକାଳପଡ଼ା,୨୬ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାବର ପିଏଚ୍‌ସିରେ ଜଣେ ଡାକ୍ତରଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ...

ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ...

ତ୍ରିପାକ୍ଷିକ ବୈଠକ: ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ...

ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ...

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri