ବ୍ୟାଙ୍କ୍‌ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଡାକ୍ତର ଏବଂ କୋଭିଡ୍‌ ଯୋଦ୍ଧାମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଜନସାଧାରଣଙ୍କ ଜୀବିକା ବଞ୍ଚାଇବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୬୦ତମ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ। କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ନଗଦ ଅର୍ଥ ଯୋଗାଣରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ। ଅପହଞ୍ଚ ସ୍ଥାନଗୁଡ଼ିକରେ ସ୍ଥାୟୀ ବ୍ୟାଙ୍କ ଖୋଲିବା ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ୬୫ଟି ସ୍ଥାୟୀ ବ୍ୟାଙ୍କ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ମହାପାତ୍ର ସୂଚନା ଦେଇଥିଲେ।
କୋଭିଡ୍‌-୧୯ ମହାମାରୀ ସମୟରେ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ଅନ୍ୟାନ୍ୟ ବ୍ୟାଙ୍କଗୁଡ଼ିକ ସାଧାରଣ ଜନତାଙ୍କୁ ଜାରି ରଖିଥିବା ସହଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା କିଷାନ କ୍ରେଡିଟ୍‌ କାର୍ଡ ଯୋଗାଣ, ହିତାଧିକାରୀଙ୍କୁ ଚିହ୍ନଟ ଏବଂ ଭାଗଚାଷୀଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର ଦେବା ପାଇଁ କହିଥିଲେ। କୃଷି ଏବଂ କୃଷକ ସଶକ୍ତୀକରଣ ପ୍ରମୁଖ ସଚିବ ସୌରଭ ଗର୍ଗ ଶସ୍ୟଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ସକ୍ରିୟ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଏ.କେ. ମୀନା କହିଥିଲେ, ୨୦୨୦ରୁ ୨୦୨୧ ପାଇଁ ୯୦,୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ଜୁନ୍‌ ୩୦ ମଧ୍ୟରେ ୧୮,୨୨୪.୪୯ କୋଟି ଟଙ୍କା ଅର୍ଥାତ୍‌ ୨୦.୧୬% ଲକ୍ଷ୍ୟ ହାସଲ ହୋଇଛି। କୃଷି କ୍ଷେତ୍ରରେ ବାର୍ଷିକ ଲକ୍ଷ୍ୟ ହାସଲ କିଛି ମାତ୍ରାରେ ହୋଇଛି। ମାତ୍ର ମତ୍ସ୍ୟଚାଷ, କୃଷି ଭିତ୍ତିଭୂମି, ଶିକ୍ଷା ଭଳି କ୍ଷେତ୍ରରେ ରାଜ୍ୟରେ ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି। ନଗଦ ଜମା ଅନୁପାତ(ଏସ୍‌ଡି ରେସିଓ) କ୍ଷେତ୍ରରେ ବୌଦ୍ଧ, ଯାଜପୁର ଏବଂ ଝାରସୁଗୁଡ଼ା ୬୦% ଲକ୍ଷ୍ୟ ହାସଲ କରିଥିବାବେଳେ ଅନ୍ୟ ୧୨ଟି ଜିଲାରେ ୪୦%ରୁ କମ୍‌ ନଗଦ ଜମା ଅନୁପାତ ରହିଛି। ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏଲ୍‌ଡିଏମ୍‌ ଏବଂ ସମସ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ମୀନା ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ମୁଖ୍ୟ ବ୍ୟାଙ୍କ ପକ୍ଷରୁ ଅତିକମ୍‌ରେ ୩ଟି ଭ୍ରାମ୍ୟମାଣ ଏଟିଏମ୍‌ ଭ୍ୟାନ ରାଜ୍ୟର ସମସ୍ତ ଅଞ୍ଚଳକୁ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବା ପାଇଁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଡିଏଫ୍‌ଏସ୍‌ ସଚିବ ଦେବାଶିଷ ପଣ୍ଡା, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସହ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ, ଏସ୍‌ବିଆଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବ୍ୟାଙ୍କର ମୁଖ୍ୟ ଏବଂ ଏଲ୍‌ଡିଏମ୍‌ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆସିଲେନି ଅଧିକାରୀ: ବ୍ଲକ କର୍ମଚାରୀଙ୍କୁ ନେଇ ଐତିହ୍ୟ ଗଣଦୌଡ଼

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ଓଡ଼ିଆ...

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି...

ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି

ଭୁବନେଶ୍ୱର,୫।୪ (ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଖାଦ୍ୟର ଆଦର ବିଦେଶ ମାଟିରେ ବଢ଼ିବାରେ ଲାଗିଛି। କଳାହାଣ୍ଡି କଲମ୍‌ପୁରର କଦଳୀ, ଢେଙ୍କାନାଳର ଆମ୍ବ ଓ ପନିପରିବା ସହ ଉପକୂଳ...

କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ...

ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ...

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ...

ଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତି

ବେଜିଂ,୫।୪:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ ମଧ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image