ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୮।୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ସହ ମହିଳାଙ୍କ ନେତୃତ୍ୱକୁ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଛନ୍ତି। ୧୯୭୫ରୁ ପ୍ରତି ବର୍ଷ ମାର୍ଚ୍ଚ ୮ରେ ଜାତିସଂଘ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ରାଜନୈତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

Share