ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ସରକାର

ପିପିଲି,୬।୫(ସ୍ବ.ପ୍ର.): ରାଜ୍ୟର ସମସ୍ତ ବ୍ଲକରେ ୫-ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟ ଚାଲୁ ରହିଛି। ତେବେ ପିପିଲିରେ ୫-ଟି ସ୍କୁଲ କିଭଳି ଚାଲିଛି ତାହା ଜାଣିବା ପାଇଁ ୟୁନିସେଫ ପକ୍ଷରୁ ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳଯୋଗାଣର ଏକ ପ୍ରତିନିଧି ଦଳ ପିପିଲି ବ୍ଲକକୁ ଆସିଥିଲେ। ପ୍ରଥମେ ବ୍ଲକର ମହିଳାଙ୍କ ମିଶନ ଶକ୍ତି କାଫେରେ ପହଞ୍ଚତ୍ଥିଲେ। ପରେ ଦାଣ୍ଡମୁକୁନ୍ଦପୁରର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲର ଭିତ୍ତିଭୂମି ଓ ନିର୍ମାଣ ଶୈଳୀ ଦେଖି ଆନନ୍ଦିତ ହୋଇଥିଲେ। ଶ୍ରେଣୀ କକ୍ଷର କମ୍ପ୍ୟୁଟର ରୁମ୍‌, ସ୍ମାର୍ଟ କ୍ଲାସ ରୁମ୍‌, ପାନୀୟ ଜଳ, ଶୌଚାଳୟ ଏବଂ ପାଠାଗାର ପ୍ରଭୃତି ବୁଲି ଦେଖି ୫-ଟି ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏଠାକାର ନିର୍ମାଣ ଶୈଳୀକୁ ଦେଖିବା ପରେ ମଧ୍ୟପ୍ରଦେଶରେ ବିଦ୍ୟାଳୟକୁ ଏଭଳି ରୂପାନ୍ତରିତ କରାଯିବ ବୋଲି କହିଥିଲେ। ଏଥିରେ ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପିସି ବାରସ୍କର, ମାର୍ଗେଟ ଗୌଡା, ସୁଜନ ସରକାର, ପ୍ରୀତି ତିୱାରୀ, କୁମାର ରତନ, କୋମଲ ମିଶ୍ର, ପୂଜା ସିଂଙ୍କ ସହ ପିପିଲି ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ତୀବ୍ର...

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି।...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image