Advertisement

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ସରକାର

ପିପିଲି,୬।୫(ସ୍ବ.ପ୍ର.): ରାଜ୍ୟର ସମସ୍ତ ବ୍ଲକରେ ୫-ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟ ଚାଲୁ ରହିଛି। ତେବେ ପିପିଲିରେ ୫-ଟି ସ୍କୁଲ କିଭଳି ଚାଲିଛି ତାହା ଜାଣିବା ପାଇଁ ୟୁନିସେଫ ପକ୍ଷରୁ ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳଯୋଗାଣର ଏକ ପ୍ରତିନିଧି ଦଳ ପିପିଲି ବ୍ଲକକୁ ଆସିଥିଲେ। ପ୍ରଥମେ ବ୍ଲକର ମହିଳାଙ୍କ ମିଶନ ଶକ୍ତି କାଫେରେ ପହଞ୍ଚତ୍ଥିଲେ। ପରେ ଦାଣ୍ଡମୁକୁନ୍ଦପୁରର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲର ଭିତ୍ତିଭୂମି ଓ ନିର୍ମାଣ ଶୈଳୀ ଦେଖି ଆନନ୍ଦିତ ହୋଇଥିଲେ। ଶ୍ରେଣୀ କକ୍ଷର କମ୍ପ୍ୟୁଟର ରୁମ୍‌, ସ୍ମାର୍ଟ କ୍ଲାସ ରୁମ୍‌, ପାନୀୟ ଜଳ, ଶୌଚାଳୟ ଏବଂ ପାଠାଗାର ପ୍ରଭୃତି ବୁଲି ଦେଖି ୫-ଟି ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏଠାକାର ନିର୍ମାଣ ଶୈଳୀକୁ ଦେଖିବା ପରେ ମଧ୍ୟପ୍ରଦେଶରେ ବିଦ୍ୟାଳୟକୁ ଏଭଳି ରୂପାନ୍ତରିତ କରାଯିବ ବୋଲି କହିଥିଲେ। ଏଥିରେ ମଧ୍ୟପ୍ରଦେଶ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପିସି ବାରସ୍କର, ମାର୍ଗେଟ ଗୌଡା, ସୁଜନ ସରକାର, ପ୍ରୀତି ତିୱାରୀ, କୁମାର ରତନ, କୋମଲ ମିଶ୍ର, ପୂଜା ସିଂଙ୍କ ସହ ପିପିଲି ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share