ଭୁବନେଶ୍ୱର,୧୫।୬(ବ୍ୟୁରୋ): ୫ ଦିନର କଠିନ ପରିଶ୍ରମ ପରେ ବୋରୱେଲ ଭିତରୁ ୧୧ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି। ଏବେ ତାଙ୍କୁ ବିଳାଶପୁରର ଆପୋଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
୧୦୪ ଘଣ୍ଟାର ରେସ୍କ୍ୟୁ ଅପରେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ। ଏହି ରେସ୍କ୍ୟୁ ଅପରେସନରେ ମୁଖ୍ୟ ଭୂମିକା ତୁଲାଇଥିବା ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଟୁଇଟ୍ ଯୋଗେ ସମସ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୦୦ ଘଣ୍ଟାରୁ ଅଧିକ ସମୟର ଅପରେସନ ପରେ ଛତିଶଗଡ଼ର ଏକ ବୋରେଓୱଲରୁ ରାହୁଲ ସାହୁଙ୍କୁ ସଫଳ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାହୁଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
CM @Naveen_Odisha commended the role of Indian Army @adgpi, @NDRFHQ, SDRF and other agencies for the successful rescue of #RahulSahu from a borewell in Chhattisgarh after gruelling operation of more than 100 hours. CM wished his speedy recovery.
— CMO Odisha (@CMO_Odisha) June 15, 2022