Categories: ଜାତୀୟ

ଜନାଦେଶକୁ ସ୍ବୀକାର କରି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ କଂଗ୍ରେସ ଏକ ବୃହତ ଅଗ୍ରଣୀ ବଜାୟ ରଖିଛି। ଟ୍ରେଣ୍ଡରେ ଭାଜପା ୨୫ଟି ଆସନ ଏବଂ କଂଗ୍ରେସ ୪୦ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜନସାଧାରଣଙ୍କୁ ଧନ୍ୟବାଦ। ଏହାସହ ସେ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିସହ ସେ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share