୧୨ ପଞ୍ଚାୟତରେ ୧୧୯ ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରୁକୋଣ୍ଡା,୪ା୧୧(ଅବିନାଶ ବେହେରା): ମାଲକାନଗରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଖେଳପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତାଧାରାକୁ ନେଇ ଶନିବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ୧୨ଟି ପଞ୍ଚାୟତକୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୁକୋଣ୍ଡା ବ୍ଲକର ପ୍ରତି ପଞ୍ଚାୟତରେ ଥିବା ପ୍ରତି ଗ୍ରାମରେ ମନ୍ଦିର,ମଣ୍ଡପ, ଗୋଷ୍ଠୀ କେନ୍ଦ୍ର ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ ପାଇଁ ପଞ୍ଚାୟତ ପିଛା ୫୦ ଲକ୍ଷ ଟଙ୍କା ହିସାବରେ ୧୨ଟି ପଞ୍ଚାୟତ ପାଇଁ ମୋଟ୍‌ ୬ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି। ଜିଲାର ମୋଟ୍‌ ୭ଟି ବ୍ଲକ ଅଧୀନରେ ଥିବା ପଞ୍ଚାୟତଗୁଡ଼ିକୁ ୧ହଜାର ୪୩୦ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୋଟ୍‌ ୫୫କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ୧୨ଟି ପଞ୍ଚାୟତର ୧୧୯ଟି ପ୍ରକଳ୍ପ ପାଇଁ ମୋଟ୍‌ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବ୍ଲକ ଜିଲାପରିଷଦ ଜୋନ୍‌ ୨ ପକ୍ଷରୁ ଚିତାପାରି ୩ ପଞ୍ଚାୟତ ସରପଞ୍ଚ ତୁଳସୀବାଇ ନାଗେଶରୀ ମାଝି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପକୁ ନେଇ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡ଼ି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବ୍ଲକବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମଟି କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। କୋରୁକୋଣ୍ଡା ଜିଲାପରିଷଦ ଜୋନ୍‌-୧ସଭ୍ୟା ବିଜୟଲକ୍ଷ୍ମୀ ପଡ଼ିଆମୀ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, କୋରୁକୋଣ୍ଡା ଥାନାଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ସମେତ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ।