ଚଣ୍ଡିଗଡ,୨୭।୮: ପଞ୍ଜାବ କଂଗ୍ରେସରେ କନ୍ଦଳ ଭିତରେ ଏବେ ଶକ୍ତି ପ୍ରଦର୍ଶନ ସମୟ ଆସିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁରୁବାର ପଞ୍ଜାବ କ୍ୟାବିନେଟ ବୈଠକ ପରେ କ୍ରୀଡ଼ା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଧି ତାଙ୍କ ବାସଭବନରେ ଏକ ରାତ୍ରୀ ଭୋଜନ ଆୟୋଜନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୫୮ ଜଣ ବିଧାୟକ ଏବଂ ଆଠ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟତମ ନେତାମାନଙ୍କ ମଧ୍ୟରେ ରାଣାଙ୍କୁ ବିବେଚନା କରାଯାଏ, ତେଣୁ ତାଙ୍କ ବାସଭବନରେ ଏହି ଭୋଜନକୁ କ୍ୟାପଟେନଙ୍କ କ୍ୟାମ୍ପ ଦ୍ୱାରା ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି।
ଅନ୍ୟପକ୍ଷରେ ବିରୋଧୀ ଶିବିରରେ ଜଡିତ ତିନିଜଣ ମନ୍ତ୍ରୀ ଗୁରୁବାର ଦିଲ୍ଲୀରେ ପହଞ୍ଚି ହାଇକମାଣ୍ଡଙ୍କ ସହ କ୍ୟାପଟେନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କ୍ରୀଡ଼ା ମନ୍ତ୍ରୀଙ୍କ ଘରେ ଆୟୋଜିତ ଏହି ରାତ୍ରୀ ଭୋଜନ ରାଜ୍ୟର ରାଜନୈତିକ ମହଲରେ ନୂଆ ଆଲୋଚନାର କାରଣ ହୋଇଛି।