ଟିକା ନେଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ଆଜି ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ସେମାନଙ୍କ ସହ କଥା ହେବା ସହ ଶୁଭେଚ୍ଛା ଜଣାଇଛନ୍ତି। ଟିକା ନେଇଥିବାରୁ ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।


ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୧ ସମସ୍ତଙ୍କ ପାଇଁ ଶୁଭ ଖବର ନେଇ ଆସିଛି। ଆଜି ଅପେକ୍ଷାର ଅନ୍ତ ଘଟିଛି। ଗତ ୧୦ ମାସ ଧରି ଆମର କୋଭିଡ୍‌ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି ବୋଲି କହିବା ସହିତ ସେମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Share