ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୬(ବ୍ୟୁରୋ): ମାଗଣାରେ ଟିକା ଯୋଗାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଟିକା ନ ନେବା ଯାଏ କେହି ବି ସୁରକ୍ଷିତ ନୁହନ୍ତି। ଦେଶ ପାଇଁ କୋଭିଡ୍‌-୧୯ ବିରୋଧରେ ଆମେ ଏକ ହୋଇ ଲଢ଼େଇ କରୁଛେ। ଟିକାକରଣକୁ ଜାତୀୟ ମିଶନ ଭାବେ ଗ୍ରହଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Share