୨ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭ା୭(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨ଟି ପୁସ୍ତକ ‘ଆଜିର ଦିନ ମୋର’ ଏବଂ ‘ଉର୍ବଶୀର ଗଁା’ ଉନ୍ମୋଚନ କରିଛନ୍ତି। ପ୍ରଥମ ପୁସ୍ତକ ‘ଆଜିର ଦିନ ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ୱାରା ରଚିତ। ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଜୀବନ୍ତ ଭାବେ ଉପସ୍ଥାପିତ କରିଛନ୍ତି। ସଫଳତା ଉପରେ ସମସ୍ତଙ୍କ ଅଧିକାର ଅଛି। କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମ, ସାଧନା ଓ ପ୍ରତିବଦ୍ଧତା। ପୁସ୍ତକଟି ଯୁବସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦୃତି ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ସେହିପରି ରବିପ୍ରିୟ ଦାଶଙ୍କ ଦ୍ୱାରା ରଚିତ ‘ଉର୍ବଶୀର ଗଁା’ ପୁସ୍ତକଟିରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତାଗୁଡ଼ିକ ଅଧିକ ଆକର୍ଷଣୀୟ କରିପାରିଛି। ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି।

Share