ଭୁବନେଶ୍ୱର,୧୦।୯(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏଥିଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୂଚନାନୁଯାୟୀ, କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପର ମ୍ୟାଚ୍ ଅକ୍ଟୋବର ୧୧ରେ ଖେଳାଯିବ। ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ ମ୍ୟାଚ୍ ଅନୁଷ୍ଠିତ ହେବ।