Advertisement

କଟକରେ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦହିବରା ଆଳୁଦମ୍‌ର ନେବେ ମଜା

କଟକ,୧୨ା୧୦: ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ପୂଜାମଣ୍ଡପ ବୁଲୁଛନ୍ତି। କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ଏଠାରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଛନ୍ତି। ଏଥିସହ ଲୋକମାନଙ୍କ ସହ ଫଟୋ ଉଠାଇ କରମର୍ଦ୍ଦନ କରିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପନଗରୀ ପୂଜା କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା।
ପରେ ସେ ଗୋପାଳପୁର, ଚାଉଳିଆଗଞ୍ଜ ଖାନନଗର ଆଦି ୩୩ଟି ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପକୁ ଯିବେ। ମା’ଙ୍କ ଦର୍ଶନ କରିବା ସହ କଟକ ପ୍ରସିଦ୍ଧ ଦହିବରା ଆଳୁଦମ ଖାଇବେ ମୁଖ୍ୟମନ୍ତ୍ରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share