Categories: ଜାତୀୟ

ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୨।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିଶେଷ ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟକୁ ଯିବା ପୂର୍ବରୁ ମୋ ସହ କିମ୍ବା ରାଜ୍ୟ କଂଗ୍ରେସର ପ୍ଲାଟଫର୍ମରେ ଆଲୋଚନା କରନ୍ତୁ।
ସୂଚନାଯୋଗ୍ୟ ଯେ, ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟାଙ୍କ ବିବାଦୀୟ ବିବୃତ୍ତି ଯୋଗୁ ଏକ ଅଡୁଆ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏହା ନକରିବାକୁ ଚେତାବନୀ ଦେଇଛନ୍ତି। ଉପଦେଷ୍ଟା ମାଲବିନ୍ଦର ସିଂ ମାଲି ଜମ୍ମୁ କଶ୍ମୀରକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। କଶ୍ମୀର ଏବଂ ପାକିସ୍ତାନ ଭଳି ସମ୍ବେଦନଶୀଳ ଜାତୀୟ ପ୍ରସଙ୍ଗରେ ଅମରିନ୍ଦର ସିଂ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଦ୍ଧୁଙ୍କ ପରାମର୍ଶଦାତାଙ୍କୁ ଚେତାବନୀ ଦେଇଛନ୍ତି। ଦେଶର ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଜ୍ଜନକ ବୋଲି ସେ କହିଛନ୍ତି।

Share