ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି ଆସନରୁ ବିଜେଡିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ନାମାଙ୍କନ ପାଇଁ ସେ ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ହିଞ୍ଜିଳି ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମାଆଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ସ୍ଥାନୀୟ ନେତା ଉପସ୍ଥିତ ରହିବେ। ୨୦୦୦ରୁ ନବୀନ ହିଞ୍ଜିଳିରୁ ବିଧାୟକ ରହି ଆସିଛନ୍ତି। ଚଳିତ ନିର୍ବାଚନରେ ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ଭାଜପାରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ ୨୦ରେ ହିଞ୍ଜିଳିରେ ମତଦାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

ଭାରତ ଛାଡ଼ି କାହିଁକି ଲଣ୍ଡନ ଗଲେ ବିରାଟ-ଅନୁଷ୍କା? ମାଧୁରୀଙ୍କ ସ୍ବାମୀ ଖୋଲିଦେଲେ ଗୁମର

ନୂଆଦିଲ୍ଲୀ,୨୬।୪: ଲଣ୍ଡନ ଚାଲିଯିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଗତ ବର୍ଷେ ମଧ୍ୟରେ ଅନେକ ଥର ଦୁହିଁଙ୍କୁ ଲଣ୍ଡନରେ ଦେଖାଯିବା ପରେ କିଛି...

କାଳବୈଶାଖୀ ପ୍ରଭାବ: ଘରଉପରେ ପଡ଼ିଲା ଗଛ

ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା...

Kashmir Pahalgam Terrorists Attack Update: ପହଲଗାମ ପରେ କଶ୍ମୀରରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୨୬।୪: ପହଲଗାମର ବୈସାରନ ଉପତ୍ୟକାରେ ନିରୀହ ପର୍ଯ୍ୟଟକଙ୍କ ହତ୍ୟା ପରେ ମଧ୍ୟ ପାକିସ୍ତାନ ନିରନ୍ତର ଘୃଣ୍ୟ କାର୍ଯ୍ୟକଳାପ ଚଳାଇଛି। ୨୫ ଏବଂ ୨୬ ତାରିଖ ରାତିରେ,...

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବିପତ୍ର

କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ...

ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ

ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ।...

‘ହିନ୍ଦୁ-ମୁସଲମାନ କେବେ ଏକ ହୋଇପାରିବେ ନାହିଁ…’, ଭାରତର ଆକ୍ସନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ, Army Chief କହିଲେ…

ଇସଲାମାବାଦ,୨୬।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଶନିବାର ପୁଣି ଥରେ ବିଷ ଓଗାଳିଛନ୍ତି। ମୁନିର ଦ୍ୱି-ରାଷ୍ଟ୍ର ତତ୍ତ୍ୱର ସମର୍ଥନ କରି କହିଥିଲେ ଯେ...

Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ

କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image