ଭୁବନେଶ୍ୱର,୧୪ା୧୦(ବ୍ୟୁରୋ)-ଦିଲ୍ଲୀ, ମୁମ୍ବାଇ, ବାଙ୍ଗୋଲୋର ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ ତାରିଖରେ ୨ ଦିନିଆ ହାଇଦ୍ରାବାଦ ଗସ୍ତରେ ଯିବେ। ଆସନ୍ତା ନଭେମ୍ବର ୩୦ରେ ଆରମ୍ଭ ହେବାକୁ ଥିବା ମେକ୍ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ସକାଶେ ଏହି ଇନଭେଷ୍ଟର୍ସ ମିଟର ଆୟୋଜନ କରାଯାଉଛି। ନୂଆଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୁରୁଠାରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ ପରେ ହାଇଦ୍ରାବାଦରେ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଓଡିଶା ସରକାର ଆଶା ବାଦୀ ଅଛନ୍ତି।