ପିପିଲି ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୪(ବ୍ୟୁରୋ):  ପିପିଲି ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।  ସବୁ ଦଳର ନେତା ଓ କର୍ମୀ ଓ୍ବାର୍ଡସ୍ତରରୁ ଦାୟିତ୍ୱ ନେଇ ସେଠାରେ ଡେରା ପକାଇ ରହିଲେଣି। ଏହି ଉଷ୍ଣତାକୁ ଆହୁରି ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା।

ତେବେ ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରଚାରରେ ଯିବେ ବୋଲି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୋମବାର ସୂଚନା ଦେଇଛନ୍ତି। ପ୍ରତାପଙ୍କ ଘରେ ଆଜି ବସିଥିବା ଦଳୀୟ ବୈଠକ ପରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ଭାଜପାର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

Share