ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ନବୀନ ସେଠାରେ ଆଲୋଚନା କରିବେ। ଏଥିସହ ଆଜି ହେବାକୁ ଥିବା ବିବିସି ସ୍ପୋର୍ଟସ ‘ଓ୍ବିମେନ ଅଫ୍‌ ଦ ଇୟର’ ଆଓ୍ବାର୍ଡରେ ନବୀନ ଯୋଗଦେବେ। ତେବେ ଉଷୁନା ଚାଉଳ ଉଠାଇବା, କୋଇଲା ରୟାଲିଟି ବୃଦ୍ଧି ଏବଂ କେନ୍ଦ୍ରୀୟ ଅନୁଦାନ ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର ସୂଚନା ରହିଛି ।

କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ନବୀନ ଦାବି ରଖିବେ। ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଗ୍ରୀନ ସେସ ରାଜ୍ୟକୁ କେନ୍ଦ୍ର ଦେଉ ନ ଥିବାରୁ କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି ।

Share