ଏପ୍ରିଲ ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଏପ୍ରିଲ ୩ରୁ ୯ଯାଏ ଜାପାନ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ୍‌ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜାପାନର ବଡ଼ ବଡ଼ କମ୍ପାନୀ ଓଡ଼ିଶାରେ କିଭଳି ପୁଞ୍ଚି ନିବେଶ କରିବେ ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବେ।

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଏପ୍ରିଲ ୫ରେ ଟୋକିଓରେ ଏକ ବ୍ୟବସାୟିକ ବୈଠକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଦୁଇ ଦିନ ଟୋକିଓରେ ରହିବା ପରେ ନବୀନ ଓସାକା ଯିବେ ଯେଉଁଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ,

Share