ଆଜି ସନ୍ଧ୍ୟାରେ କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର, ୬।୪(ବ୍ୟୁରୋ): ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିବେ। ବରିଷ୍ଠ ଅଧିକାରୀ ଓ ଜିଲାପାଳମାନଙ୍କ ସହ ସେ ଆଲୋଚନା କରିବେ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏସଂକ୍ରାନ୍ତରେ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟଯେ, ଗତ କିଛି ଦିନ ଧରି ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ରାଜ୍ୟରୁ ପୁଣି ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂସ୍ପର୍ଶରେ ଆସି ୨୪୬ ଜଣ ସଂକ୍ରମିତ ହୋଇଥିବାବେଳେ ୩୪୨ ଜଣ କ୍ୱାରାଣ୍ଟାଇନରୁ ରହିଛନ୍ତି।

Share