ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଲଗାଣ ବର୍ଷା ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅର୍ଥାତ୍‌ ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତି ସମୀକ୍ଷା କରିବେ। ଏହି ବୈଠକରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେବେ। ବନ୍ୟାରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲା ଅଧିକ ପ୍ରଭାବିତ ହେବ। ପୁରୀ ଜିଲାର ଭାର୍ଗବୀ, ଲୁଣା, ଦୟା ଓ ଦେବୀ ନଦୀରେ ବନ୍ୟା ଆଶଙ୍କା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିଛି, ରିଲିଫ କାର୍ଯ୍ୟ ଆଦି ସମ୍ପର୍କରେ ବୈଠକରେ ସମୀକ୍ଷା ହେବ।

Share