ପୁରୀ ଅଫିସ,୩ା୭: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିବେ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ, ଜିଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ହେବେ। କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ହେବା ନେଇ ଆଲୋଚନା ହେବ।
ଗତବର୍ଷ ରଥଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଶେଷ ହୋଇଥିବା ବେଳେ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏପରି କଟକଣା ରଖିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରଥକାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। କେବଳ ଅପେକ୍ଷା ମହାପ୍ରଭୁଙ୍କୁ।