ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୭(ବ୍ୟୁରୋ): ଆସନ୍ତା ୧୨ ତାରିଖରେ ରଥଯାତ୍ରା। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥ ନିର୍ମାଣଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରସ୍ତୁତି ପର୍ବ ଜୋର୍‌ସୋର୍‌ରେ ଚାଲିଛି । ତେବେ ରଥଯାତ୍ରା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ।
ଭର୍ଚୁଆଲରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ଏସ୍‌ପି ଉପସ୍ଥିତ ରହିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଅନୁମତି ମିଳିଛି।

Share