ଆସନ୍ତା ୨ରେ କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର,୩୧।୧୦(ବ୍ୟୁରୋ): ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲା ଗସ୍ତ କରିବେ। ଏ ନେଇ ସରକାରୀ ଭାବେ ସୂଚୀ ଜାରି କରାଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ। ସେଠାରେ ବିଏସ୍‌କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଜିଲାର ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି ।

Share