ଭୁବନେଶ୍ୱର,୧୧।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲା
ଗସ୍ତ କରିବେ। ପୂର୍ବାହ୍ନ ୧୧ଟାରେ ମୟୁରଭଞ୍ଜ ଜିଲା କରଞ୍ଜିଆଠାରେ ପହଞ୍ଚି ଦେଓ ପ୍ରକଳ୍ପର ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି । ଏହା ପରେ ରାସଗୋବିନ୍ଦପୁର ବ୍ଲକ ଟିକପଡାଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।