ବସନ୍ତ ପଞ୍ଚମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ ତଥା ମା’ ସରସ୍ବତୀଙ୍କ ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା’ ସରସ୍ବତୀଙ୍କ ଅପାର କରୁଣାରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।’
ସୂଚନା ଯୋଗ୍ୟ, ଚଳିତ ବର୍ଷ କରୋନା ଲାଗି ବିଦ୍ଧି ରକ୍ଷା ପୂର୍ବକ ମା’ଙ୍କ ପୂଜା କରାଯାଉଛି।

 

Share