ଗଜପତିଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖମନ୍ତ୍ରୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ରବାର କରୋନା ପଜିଟିଭ ହୋଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ‘ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କୋଭିଡ୍‌ ସଂକ୍ରମିତ ହୋଇଥିବା ବିଷୟରେ ଜାଣିବାକୁ ପାଇଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସୱାସ୍ଥ୍ୟ କାମନା କରୁଛି’।
ସୂଚନା ଯୋଗ୍ୟ, ଶନିବାର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଠାକୁର ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜାଙ୍କ ଦ୍ୱାରା ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ମହାରାଜାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ପରେ   ରୋନା ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଥିଲା।

 

Share