Categories: ଜାତୀୟ

୧୮ ହଜାର ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୦।୩: ଆଜି ୫ ରାଜ୍ୟରେ ବିଧାନସଭାରେ ଭୋଟ ଗଣତି ଜାରି ରହିଛି। ମଣିପୁରରେ ମୋଟ ୬୦ ଆସନ ପାଇଁ ଏବେ ବି ଜାରି ରହିଛି ଭୋଟ ଗଣତି। ତେବେ ମଣିପୁରରେ ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ ସିଂ। ସେ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପି ଶରତଚନ୍ଦ୍ର ପ୍ରାର୍ଥୀ ହୋଇଥିଲେ । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାଜ୍ୟରେ ପୁଣି ଭାଜପା ସରକାର ଗଠନ କରିବ ବୋଲି ଆଶା କରାଯାଉଛି।

 

Share