ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ୍ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇ ନ ଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି । ଖରିଫ ଋତୁରେ ୫୨ ଲକ୍ଷ ମେଚ୍ରିକ୍ ଟନ୍ ଚାଉଳ ସଂଗ୍ରହ ନେଇ ରାଜ୍ୟ ଆକଳନ କରିଛି।
ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଟନ୍ ଚାଉଳର ଆବଶ୍ୟକତା ରହିଥିବାବେଳେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ କରୁଛି । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ୍ ସମୟରେ ଓଡ଼ିଶାରୁ ନେବା ନେଇ ମୁଖ୍ୟମନ୍ତ୍ରୀ ଚିଠିରେ ଅବଗତ କରିଛନ୍ତି।